କଲେକ୍ଟୋରେଟ୍
ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ସମ୍ପ୍ରତି ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେବଗଡ ରାଜାଙ୍କ ପୁରାତନ ରାଜପ୍ରାସାଦରେ ଅବସ୍ଥିତ । ଏହି କାର୍ଯ୍ୟାଳୟରେ ଥିବା ବିଭିନ୍ନ ବିଭାଗ ଗୁଡିକ ନିମ୍ନରେ ଉଲ୍ଲେଖ କରାଗଲା ।

ଦେବଗଡ ଜିଲ୍ଲାପାଳ କାର୍ଯ୍ୟାଳୟର ବିଭିନ୍ନ ଶାଖା ଓ ତା’ର ବିବରଣୀ
ସଂଗଠନର ବିବରଣୀ, କାର୍ଯ୍ୟ ଓ କର୍ତ୍ତବ୍ୟ
ଜିଲ୍ଲାପାଳ ଯେ କୌଣସି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଏଭଳି ଏକ ସଂଗଠନ ଯାହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପ୍ରଶାସନିକ କାର୍ଯ୍ୟାବଳୀ ସମାହିତ କରିବାରେ ଜିଲ୍ଲାପାଳଙ୍କୁ ସହାୟତା କରିବା ସହିତ ପ୍ରଶାସନ ଜନତା ତଥା ସରକାରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ଅଟେ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଦେବଗଡରେ ଅନେକ ସାଂଗଠନିକ ବିଭାଗ ରହିଛି ଯାହା ବହୁବିଧ କାର୍ଯ୍ୟର ବିକେନ୍ଦ୍ରୀକରଣ ପୂର୍ବକ ଏହାର ସୂଚାରୁ ରୂପରେ ସଂପାଦନା କରିଥାଏ ।
ସାଧାରଣ ଏବଂ ବିବିଧ ଶାଖା
ଏହି ଶାଖା ସାଧାରଣତଃ ଜନଗଣନା, ଜିଲ୍ଲା ତଥା ରାଜ୍ୟ ମୁଖପତ୍ର, ଜନ ଅଭିଯୋଗ ପତ୍ର, ସରକାରୀ ଛୁଟି ତଥା ଉତ୍ସବ ପାଳନ, କାର୍ଯ୍ୟଳୟସ୍ଥ ବିଭାଗ ଗୁଡ଼ିକର ଅନୁକ୍ଷଣ ପତ୍ର, ସାଂଗଠନିକ ନିୟମାବଳୀ ଏବଂ ସହରାଞ୍ଚଳ ସ୍ଥାନୀୟ ବିକାଶ ସଂସ୍ଥା ସମ୍ବନ୍ଧୀୟ କାର୍ଯ୍ୟାବଳୀର ନିରୀକ୍ଷଣ ତଥା ସଂପାଦନା କରିଥାଏ । ରାଜ୍ୟକୁ ଏକ ସୂବିଧାପ୍ରଦାନକାରୀ ରୂପେ ପରିଗଣିତ କରାଇବା ଏହି ଶାଖାର ମୁଖ୍ୟ ଉଦ୍ଦେଶ୍ୟ । ଜଣେ ସହକାରୀ ଜିଲ୍ଲାପାଳଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏବଂ ଜଣେ ମୁଖ୍ୟ କିରାଣୀ, ଜଣେ ବରିଷ୍ଠ କିରାଣୀ, ଜଣେ କନିଷ୍ଠ କିରାଣୀ ଏବଂ ଜଣେ ଏହି ଶାଖା ପରିଚାଳିତ ହୋଇଆସୁଅଛି ।
ନ୍ୟାୟିକ ଶାଖା
ସାଧାରଣ ତଥା ଫୌଜଦାରୀ ଆଇନ, ତତ୍ ସଂର୍ପକୀୟ ନ୍ୟାୟବସ୍ଥାର ପ୍ରତିପାଳନ, ମହିଳା ତଥା ଶିଶୁ ଏବଂ ସାମାଜିକ ଅନୁନ୍ନତ ବର୍ଗଙ୍କ ସୁରକ୍ଷା ଏବଂ ତତ୍ ସମ୍ବନ୍ଧୀୟ ବିଧିବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଏହାର କାର୍ଯ୍ୟକାରିତା, ଚ଼ଳଚିତ୍ର ପ୍ରସାରଣ ସମ୍ବନ୍ଧୀୟ ନିୟମ, ଶ୍ରମିକ ତଥା କର୍ମଚାରୀଙ୍କର ଅନୁକମ୍ପା ସମ୍ବନ୍ଧୀୟ ନିୟମ, ବିଷ୍ଫୋରକ ସଂପର୍କୀୟ ଆଇନ, ଷ୍ଟାମ୍ପ ନିୟମ, ଆଇନ ସହାୟତା ତଥା ହିଂସ୍ର ପଶୁଙ୍କର ସୁରକ୍ଷା ସଂପର୍କିତ ନାନାଦି ନିୟମ କାନୁନ ଏହି ଶାଖାରେ କାର୍ଯ୍ୟକାରୀ କରାଯାଇଥାଏ । ଏହି ଶାଖା ମଧ୍ୟ ଜଣେ ସହକାରୀ ଜିଲ୍ଲାପାଳଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ କରିଥାଏ । ଏତତ୍ ବ୍ଯତୀତ ଏଠାରେ ଜଣେ ବରିଷ୍ଠ କିରାଣୀ ଏବଂ ଜଣେ କନିଷ୍ଠ କିରାଣୀ କାର୍ଯ୍ୟରତ ।
ଭୂ-ଅଧିଗ୍ରହଣ ଶାଖା
ଜିଲ୍ଲାରା ଭୂ-ଅଧିଗ୍ରହଣ ସମ୍ବନ୍ଧୀୟ ନାନାଦି କାର୍ଯ୍ୟାବଳୀର ସୂଚାରୁ ସଂପାଦନା କରିଥାଏ । ଜଣେ ବରିଷ୍ଠ କିରାଣୀ ବିଭିନ୍ନ ସମୟରେ ସରକାରଙ୍କ ଦ୍ବାରା ପ୍ରଣୀତ ଭୂ – ଅଧିଗ୍ରହଣ ନିୟମାବଳୀ ଯଥା- ଭୂ – ଅଧିଗ୍ରହଣ ନିୟମ (୧୮୯୪), ଭୂ-ଅଧିଗ୍ରହଣରେ ସ୍ବଚ୍ଛତା, ଯୁକ୍ତିଯୁକ୍ତ କ୍ଷତିପୂରଣ ତଥା ପୁନଃ ଥଇଥାନର ଅଧିକାର ଆଇନ ୨୦୧୩ ଇତ୍ୟାଦି । ଏହି ଶାଖା ଜଣେ ଭୂ-ଅଧିଗ୍ରହଣ ଅଧିକାରୀଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ କରିଥାଏ ।
ଜିଲ୍ଲା ଜରୁରୀ କାଳୀନ ଶାଖା
କାର୍ଯ୍ୟାଳୟର ସାଂଗଠନିକ ଦୃଷ୍ଟିରୁ ଏବଂ ପ୍ରଶାସନିକ କାର୍ଯ୍ୟଧରା ପରିପ୍ରେକ୍ଷୀରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଶାଖା ଅଟେ । ଏହି ଶାଖାର ଜିଲ୍ଲାର ନିତିଦିନିଆ ଅବସ୍ଥା ଯଥା- ବର୍ଷାର ମାତ୍ରା, ପରିମାଣ ଇତ୍ୟାଦିର ହିସାବ ପ୍ରଦାନ କରିଥାଏ । ଏତଦ୍ ଭିନ୍ନ ରେଡକ୍ରସ ତଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବିଭିନ୍ନ ପ୍ରକାର ସହାୟତା ମଧ୍ୟ ଏହି ଶାଖାରେ ପ୍ରଦାନ କରାଯାଇଥାଏ । ବିଭିନ୍ନ ପ୍ରକାର ଅନୁକମ୍ପାମୂଳକ ସହାୟତା ଯଥା- ପାଣିରେ ବୁଡ଼ିବା ଜନିତ, ଦୁର୍ଘଟଣା, ସର୍ପାଘାତ ଜନିତ, ବାତ୍ୟା, ବନ୍ୟା ମରୁଡ଼ି, ଭୂକମ୍ପ, ସୁନାମୀ, ଡ଼ଙ୍ଗାବୁଡି ଇତ୍ୟାଦି ମଧ୍ୟ ଏହି ଶାଖାରେ ସଂପାଦିତ ଏବଂ ପ୍ରଦାନ କରାଯାଇଥାଏ । ରାଜ୍ୟ ସରକାରଙ୍କର ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ଜିଲ୍ଲାର ଶାଖା ଏଠାରେ କାର୍ଯ୍ୟ କରିଥାଏ । ଏହି ଶାଖା ଜଣେ ସହକାରୀ ଜିଲ୍ଲାପାଳଙ୍କ ଦ୍ବାରା ପରିଚାଳିତ ହୋଇଥାଏ । ଏତଦ୍ ବ୍ୟତୀତ ଏଠାରେ ଜଣେ ବରିଷ୍ଠ କିରାଣୀ ଏବଂ ଜଣେ ଡାଟା ଏଣ୍ଟ୍ରି ଅପରେଟର ମଧ୍ୟ କାର୍ଯ୍ୟ କରୁଛନ୍ତି ।
ସଂସ୍ଥା ଶାଖା
ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ସଂସ୍ଥା ଶାଖାର ସ୍ଥାନ ସର୍ବାଗ୍ରେ । ସଂଗଠନର ପ୍ରତ୍ୟକଟି କର୍ମଚାରୀଙ୍କର କାର୍ଯ୍ୟ ଚିଠା ଏହି ଶାଖାରେ ସମାହିତ ହୋଇଥାଏ । ଜିଲ୍ଲା ସ୍ତରୀୟ ଅନ୍ୟାନ କାର୍ଯ୍ୟାଳୟର କାର୍ଯ୍ୟଧାରା ସଂପର୍କିତ ନିୟମ କାନୁନ ତଥା ନିର୍ଦ୍ଦେଶନାମା ଏହି ଶାଖାରୁ ହୋଇଥାଏ । ଏହା ଚ଼ତୁର୍ଥ ଶ୍ରେଣୀଠାରୁ ନେଇ ବିଭିନ୍ନ ବର୍ଗର କିରାଣୀ, ଦ୍ବିତୀୟ ଏବଂ ପ୍ରଥମ ଶ୍ରେଣୀ ପଦାଧିକାରୀ ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାକାଳ ସମ୍ବନ୍ଧିତ ନଥିପତ୍ର, କର୍ମଚାରୀଙ୍କ ଦରମା, ଭତ୍ତା, ପେନସନ୍, ବଦଳି ଏବଂ ଚାକିରୀରେ ପ୍ରବେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ପ୍ରକାର ପ୍ରଶାସନିକ ନ୍ୟାୟିକ ମାମଲା ଇତ୍ୟାଦି କାର୍ଯ୍ୟ ସଂପାଦନ କରିଥାଏ । ଜଣେ ଡେପୁଟୀ ଜିଲ୍ଲାପାଳ ଏହି ଶାଖାର କାର୍ଯ୍ୟାଭାରର ଦେଖାରେଖା କରିଥାନ୍ତି । ତାଙ୍କୁ ସାହାଯ୍ୟ କରିବା ନିମିତ୍ତ ଏହି ଶାଖାରେ ଜଣେ ମୁଖ୍ୟ କିରାଣୀ, ଜଣେ ବରିଷ୍ଠ କିରାଣୀ, ଜଣେ କନିଷ୍ଠ କିରାଣୀ ଏବଂ ଜଣେ ପିଅନ ଅଛନ୍ତି ।
ତୌଜି ଶାଖା
ଜିଲ୍ଲା ଅନ୍ତର୍ଗତ ୩ ଟି ତହସିଲର ରାଜସ୍ବ ଅଦାୟ, ବିଭିନ୍ନ ତହସିଲ ସମ୍ବନ୍ଧୀୟ ଖାତା ଏବଂ ଚିଠାରେ ରୂପାୟନ, ଓଡିଶା ଲଘୁ ଖଣିଜଦ୍ରବ୍ୟ ଆଇନ ଏବଂ ତତ୍ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ସମୀକ୍ଷା ଏବଂ କାର୍ଯ୍ୟ ଏହି ଶାଖାରେ ସଂପାଦିକ ହୋଇଥାଏ ।ଜଣେ ସହକାରୀ ଜିଲ୍ଲାପାଳ ଏହି ଶାଖାର କାର୍ଯ୍ୟାଭାରର ଦେଖାରେଖା କରିଥାନ୍ତି । ତାଙ୍କୁ ସାହାଯ୍ୟ କରିବା ନିମିତ୍ତ ଏହି ଶାଖାରେ ଜଣେ ବରିଷ୍ଠ କିରାଣୀ ଏବଂ ଜଣେ କନିଷ୍ଠ କିରାଣୀ ଅଛନ୍ତି ।
ରାଜସ୍ବ ଶାଖା
ଜିଲ୍ଲାର ରାଜସ୍ବ, ଜମି ଜମା ତଥା ତତ୍ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟାବଳୀର ସଂପାଦନା ରାଜସ୍ବ ଶାଖାରେ ସମ୍ପନ୍ନ ହୋଇଥାଏ । ସରକାରଙ୍କଠାରୁ ବିଭିନ୍ନ ସମୟରେ ଆସୁଥିବା ରାଜସ୍ବ ନୀତି, ନିୟମ, ବ୍ୟବସ୍ଥା ସମ୍ପର୍କୀୟ ନିୟମାବଳୀର କାର୍ଯ୍ୟାନୁକରଣ, ରାଜସ୍ବ ବ୍ୟବସ୍ଥା ଅନ୍ତର୍ଗତ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକର ସମୀକ୍ଷା, ତଥା ମାସିକ ରାଜସ୍ବ ଅଧିକାରୀ ମାନଙ୍କ ବୈଠକର ଭାର ଏହି ଶାଖା ଉପରେ ନ୍ୟସ୍ତ ଅଟେ ।ଏହି ଶାଖାରେ ଜଣେ ସହକାରୀ ଜିଲ୍ଲାପାଳ, ଜଣେ ବରିଷ୍ଠ ଏବଂ ଜଣେ କନିଷ୍ଠ କିରାଣୀ କାର୍ଯ୍ୟରତ ।
ନିଜାରତ ଶାଖା
ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସମସ୍ତ ଆର୍ଥିକ ଜମା ପୁଞ୍ଜିରହିସାବ ଏହି ଶାଖାରେ ସମାପନ ହୋଇଥାଏ । ରାଜସ୍ବ ବିଭାଗ ବଙ୍ଗଳା, ବିଶ୍ରାମ ଗୃହ ଓ ସରକାରୀ କର୍ମଚାରୀଙ୍କ ସରକାରୀ ବାସଗୃହ ଗୁଡ଼ିକର ରକ୍ଷଣାବେଷଣର ଭାର ମଧ୍ୟ ଏହି ଶାଖା ଉପରେ ନ୍ୟସ୍ତ । କାର୍ଯ୍ୟଳୟସ୍ଥ ବିଭିନ୍ନ ଶାଖାର ରକ୍ଷଣାବେକ୍ଷଣ ତଥା ଦରକାରୀ ଏହି ଶାଖାରେ ସମ୍ପନ୍ନ ହୋଇଥାଏ । ଏହି ଶାଖାରେ ଜଣେ ସହକାରୀ ଜିଲ୍ଲାପାଳ, ଜଣେ ବରିଷ୍ଠ ଏବଂ ଜଣେ କନିଷ୍ଠ କିରାଣୀ ଏବଂ ଜଣେ ପିଅନ କାର୍ଯ୍ୟରତ ।
ଜିଲ୍ଲା ନିର୍ବାଚ଼ନ କାର୍ଯ୍ୟାଳୟ-ଶାଖା
ଜିଲ୍ଲା ନିର୍ବାଚ଼ନ କାର୍ଯ୍ୟାଳୟ ସାଧାରଣ ନିର୍ବାଚ଼ନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ, ନୀତିନୟମ ତଥା ବିଧିବ୍ୟବସ୍ଥାର ତଦାରଖ କରିଥାଏ । ରାଜ୍ୟ ତଥା କେନ୍ଦ୍ର ନିର୍ବାଚ଼ନ ଆୟୋଗଙ୍କ ଦ୍ବାରା ସମୟାନୁଯାୟୀ ପ୍ରଦତ୍ତ ସୂଚ଼ନାର ସଠିକ ରୂପାନ୍ତରଣ ଭାର ଏହି ଶାଖା ଉପରେ ନ୍ୟସ୍ତ ଅଟେ । ଜଣେ ଡେପୁଟୀ ଜିଲ୍ଲାପାଳ, ଜଣେ କନିଷ୍ଠ କିରାଣୀ ଏବଂ ଜଣେ ପିଅନ ଏହି ଶାଖାରେ କାର୍ଯ୍ୟରତ ଅଟନ୍ତି ।