ବନ୍ଦ କରନ୍ତୁ

କ୍ରୀଡା

କ୍ରୀଡା ବିଭାଗ , ଦେବଗଡ 

ବିଭାଗର ନାମ

କ୍ରୀଡା ଓ ଯୁବ ସେବା ବିଭାଗ-ଓଡିଶା ସରକାର

ଠିକଣା 

ଜିଲ୍ଲା କ୍ରୀଡା ଅଧିକାରୀ 
କଲେକ୍ଟୋରେଟ୍,  ଦେବଗଡ , 
ଓଡିଶା -୭୬୮୧୦୮

 

ଯୋଗାଯୋଗ

ମୋବାଇଲ :  ୯୪୩୮୩୧୪୩୨୮
ଇ ମେଲ     : chandansahoo21[at]yahoo[dot]com

ବିଭାଗୀୟ ଲକ୍ଷ୍ୟ

  • ଜିଲ୍ଲା ମଧ୍ୟରେ ଅନୁଷ୍ଠିତ ହେଉଥିବା ସମସ୍ତ ପ୍ରକାର ଖେଳ ଓ କ୍ରୀଡା ପ୍ରତିଯୋଗିତା ଗୁଡିକର ନିରୀକ୍ଷଣ ନିମନ୍ତେ ସେ ଏକମାତ୍ର ଅଧିକାରୀ ।
  • ଜିଲ୍ଲା ମଧ୍ୟରେ ହେଉଥିବା ସମସ୍ତ ପ୍ରକାର ଖେଳ ଓ ପ୍ରତିଯୋଗିତା, ତାହା ପ୍ରାଥମିକ ସ୍ତରରେ ହେଉ, ବିଦ୍ୟାଳୟ ସ୍ତରରେ ହେଉ, ମହାବିଦ୍ୟାଳୟ ସ୍ତରରେ ହେଉ ଅଥବା ବୟସ୍କ ବୃଦ୍ଧ ଓ ବୃଦ୍ଧା ମାନଙ୍କ ଖେଳ ହେଉ । ସମସ୍ତ ପ୍ରକାର ଖେଳକୁ ସେ ଆୟୋଜନ କରିଥାନ୍ତି ଅଥବା ଉତ୍ସାହିତ କରିଥାନ୍ତି ।
  • ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କ୍ରୀଡା ଛାତ୍ରାବାସ ନିମନ୍ତେ ୧୩ ବର୍ଷରୁ କମ ଖେଳ ପ୍ରତିଭାମାନଙ୍କୁ ଉତ୍ସାହିତ କରନ୍ତି ଓ ଛାତ୍ରାବାସରେ ଯୋଗଦେବାରେ ସାହାଯ୍ୟ କରନ୍ତି ।
  • ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ଅନୁଷ୍ଠିତ ହେଉଥିବା ଯୁବ ସାଂସ୍କୃତିକ ଉତ୍ସବଗୁଡିକୁ ଗ୍ରାମାଞ୍ଚଳ ସ୍ତରରେ, ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ ଆୟୋଜନ କରାଇଥାନ୍ତି ଓ ରାଜ୍ୟସ୍ତରୀୟ ଉତ୍ସବକୁ ପ୍ରତିନିଧିଦଳ ପଠାଇବାର ମୁଖ୍ୟ ଭୂମିକା ନେଇଥାନ୍ତି ।

କାର୍ଯ୍ୟ କଳାପ 

  • ଜିଲ୍ଲା ମଧ୍ୟରେ ଗ୍ରାମାଞ୍ଚଳ ଖେଳ ଓ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ।
  • ଜିଲ୍ଲା ମଧ୍ୟରେ ଥିବା ଯୁବକ ଓ ଯୁବତୀ ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ ଉତ୍ସବ କରାଇବା ।
  • ରାଜ୍ୟ ସରକାର ଙ୍କ ଦ୍ଵାରା ପରିଚାଳିତ ଛାତ୍ରାବାସ ପାଇଁ ପିଲାଙ୍କୁ ଉତ୍ସାହିତ କରିବା ଓ ଚୟନ କରିବା ।

ବିଭାଗୀୟ ଢାଞ୍ଚା  

  • ଜିଲ୍ଲାପାଳ, ଦେବଗଡ
  • ଅତିରିକ୍ତ ଜିଲ୍ଲାପାଳ, ଦେବଗଡ
  • ଜିଲ୍ଲା କ୍ରୀଡା ଅଧିକାରୀ, ଦେବଗଡ

ବିଭାଗୀୟ କର୍ମଚାରୀ- ନାହିଁ

ଯୋଜନା

  • ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ
  • ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ

ଲକ୍ଷ୍ୟ ସାଧନ 

  • ଉପ-ବିଜେତା ରାଜ୍ୟ ସ୍ତରୀୟ ମହିଳା କବାଡି ପ୍ରତିଯୋଗୀତା- ୨୦୧୫
  • ଦଳଗତ ଉପ-ବିଜେତା ରାଜ୍ୟ ସ୍ତରୀୟ ସାଂସ୍କୃତିକ ମହୋତ୍ସବ – ୨୦୧୫
  • ଶ୍ରୀ ରାମଚନ୍ଦ୍ର ଡୋରା- ସ୍ଵର୍ଣ ପଦକ ବିଜେତା- ରାଜ୍ୟସ୍ତରୀୟ କ୍ରିଡା ପ୍ରତିଯୋଗୀତା-୨୦୧୭

୨୩ତମ ରାଜ୍ୟ ଯୁବୋତ୍ସବ-୨୦୧୭ ର ସଂକ୍ଷିପ୍ତ ବିବରଣୀ

ଉପକ୍ରମ

୨୩ତମ ରାଜ୍ୟ ଯୁବୋତ୍ସବ-୨୦୧୭କୁ ଦେବଗଡରେ ଅନୁଷ୍ଠିତ କରିବା ପାଇଁ ସୁଯୋଗ ଦେଇଥିବାରୁ ଜିଲ୍ଲା କ୍ରୀଡା କାର୍ଯ୍ୟ।ଳୟ ତରଫରୁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗକୁ ଧନ୍ୟବାଦ ଜ୍ଞାପନ କରାଯାଉଛି । ଏଥିପାଇଁ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମିତି ଗଠନ କରଯାଇଥିଲା, ଯେଉଁଥିରେ ଜିଲ୍ଲା କ୍ରୀଡା ଅଧିକାରୀ ଆବାହକ ଓ ଜିଲ୍ଲାପାଳ ସମିତି ମୂଖ୍ଯ ଭାବେ ଭୂମିକା ନିର୍ବାହ କରିଥିଲେ । ବିଭିନ୍ନ କାର୍ଯ୍ୟ ପାଇଁ ଉପ ସମିତିମାନ ମଧ୍ୟ ଗଠନ କରଯାଇଥିଲା, ଯେଉଁଥିରେ ବିଭିନ୍ନ କାର୍ଯ୍ୟ।ଳୟର ଅଧସ୍ତନ କର୍ମଚାରୀ, ସାଂସ୍କୃତିକ ଉପଦେଷ୍ଟା ମଣ୍ଡଳୀ ଆଦି ସମ୍ପୃକ୍ତ ଥିଲେ ଓ ବରିଷ୍ଠ ଅଧିକାରୀ ମୁଖ୍ୟ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ସମୟ ସମୟରେ ଉଭୟ ସମିତି ଗୁଡିକର ବୈଠକ ବସୁଥିଲା । ଦ୍ଵିତୀୟତଃ, ଉତ୍ସବକୁ ସଫଳତା ସହକାରେ ସମ୍ପାଦନା କରିବା ପାଇଁ “ଷ୍ଟେଟ୍ ୟୁଥ୍ ଫେଷ୍ଟିଭାଲ୍” ନାମକ ଏକ ହ୍ଵାଟ୍ସ ଅପ ଗୃପ୍ ମଧ୍ୟ ହୋଇଥିଲା ।

ପଞ୍ଜୀକରଣ

ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ପାଖାପାଖି ୧୪୧୧ ଜଣ ଯୁବ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିପାଇଁ ୨୦ ଜଣ ରାଜ୍ୟସ୍ତରୀୟ ଅଧିକାରୀ ଓ ବିଚାରକ ମଣ୍ଡଳୀ ସହଯୋଗ କରିଥିଲେ । ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସବୁ ଜିଲ୍ଲା ସ୍ତରରେ ଯୁବ ପ୍ରତିଯୋଗୀ ଓ ଅଧିକାରୀ ମାନଙ୍କର ପଞ୍ଜୀକରଣ କରଯାଇଥିଲା । ୨୭ ନଭେମ୍ବର ୨୦୧୭ ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ନିକଟରେ ଥିବା ଇନଡୋର ଷ୍ଟାଡିୟମରେ ପଞ୍ଜୀକରଣ କକ୍ଷ ଖୋଲାଯାଇଥିଲା । କାରଣ ଏଠାରୁ ପ୍ରତିଯୋଗୀମାନଙ୍କର ଆବାସସ୍ଥଳଗୁଡିକର ସର୍ବାଧିକ ଦୂରତା ପ୍ରାୟ ୧ କିଲୋମିଟର ଥିଲା । ପଞ୍ଜୀକରଣ ସମୟରେ ପ୍ରତିଯୋଗୀ ଓ ଅଧିକାରୀ ମାନଙ୍କୁ ପରିଚୟ ପତ୍ର , ଟୋପି ତଥା ଖାଦ୍ୟ ପାଇଁ ଟିକେଟ ପ୍ରଦାନ କରଯାଇଥିଲା । ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସଭାପତିତ୍ଵରେ ଗଠିତ ପଞ୍ଜୀକରଣ ଉପସମିତି ଦ୍ଵାରା ପଞ୍ଜୀକରଣ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରାଯାଇଥିଲା ।

୨୩ତମ ରାଜ୍ୟ ଯୁବୋତ୍ସବ-୨୦୧୭ ର ଉଦ୍ଘାଟନ ସମାରୋହ

ଉଦ୍ଘାଟନ ସମାରୋହ

୨୮ ନଭେମ୍ବର ୨୦୧୭ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ମାନୀୟ କ୍ରୀଡା ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥି ବେହେରା ଓ ସମ୍ମାନୀୟ ଅତିଥି ଭାବେ ବିଧାନ ସଭା ସଦସ୍ୟ ଶ୍ରୀଯୁକ୍ତ ଆକାଶ ଦାସ, ଦେବଗଡ ଜିଲ୍ଲାପାଳ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡା ଅଧିକାରୀ ଉପସ୍ଥିତ ଥିଲେ । ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ବିଭିନ୍ନ ବର୍ଗର କାର୍ଯ୍ୟକ୍ରମକୁ ଦେବଗଡ ସହରର ୬ ଗୋଟି ସ୍ଥାନରେ ଆୟୋଜନ କରାଯାଇଥିଲା । ସମସ୍ତ ପ୍ରତିଯୋଗୀ ଓ ସଞ୍ଚାଳକ ଅଧିକାରୀ ମାନଙ୍କ ଆବାସ ସ୍ଥଳ ଅଲଗା ଅଲଗା ଭାବେ କରାଯାଇଥିଲା । ସ୍ଥାନୀୟ ବାସିନ୍ଦା, ପ୍ରତିଯୋଗୀ ତତ୍ ସହିତ ବିଚାରପତି ମାନଙ୍କ ଉତ୍ସାହ କ୍ରମେ ଏହି କାର୍ଯ୍ୟକ୍ରମ ଦୀର୍ଘ ୪ ଦିନ ଧରି ଚାଲିଥିଲା । ଶେଷରେ ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

୨୩ତମ ରାଜ୍ୟ ଯୁବୋତ୍ସବ-୨୦୧୭ ର ଉଦଯାପନ ସମାରୋହ

ଉଦଯାପନ ସମାରୋହ

୧ ଡିସେମ୍ବର ୨୦୧୭ ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଡି. ଭି.ସ୍ଵାମୀ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ଏହି ସମାରୋହ ସମୟରେ ରାଜ୍ୟ ଯୁବୋତ୍ସବ ସଂଯୋଜକ ଶ୍ରୀ ହରେଶ କୁମାର ମିଶ୍ର, ଦେବଗଡ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡା ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରତିଯୋଗୀମାନଙ୍କୁ ଯାତ୍ରା କାଳୀନ ଭତ୍ତା ପ୍ରଦାନ କରାଯାଇଥିଲା । ସେହିପରି ଭାବରେ ସଂଚାଳନ ଅଧିକାରୀ ଓ ବିଚାରପତି ମାନଙ୍କୁ ସେମାନଙ୍କ ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଇଥିଲା । ଏହିପରି ଭାବରେ ଦେବଗଡଠାରେ ୨୩ତମ ରାଜ୍ୟ ଯୁବୋତ୍ସବ ସଫଳତା ସହିତ ଆୟୋଜିତ ହୋଇଥିଲା ।