ବନ୍ଦ କରନ୍ତୁ

ନିର୍ବାଚନ

ନିର୍ବାଚନ ଉପବିଭାଗ

ବିଭାଗ : ଗୃହ (ନିର୍ବାଚନ), ଓଡିଶା ସରକାର, ଭୁବନେଶ୍ବର 

ଠିକଣା : ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ,

ଦେବଗଡ, ଓଡିଶା – ୭୬୮୧୦୮ 

ଦୁରଭାଷ : ୦୬୬୪୧-୨୨୬୩୫୯ 

ଇ ମେଲ – deodgr002@gmail[dot]com

ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ନିର୍ବାଚନ ବିଭାଗର ମୁଖ୍ୟ କାର୍ଯ୍ୟ ହେଉଛି ଲୋକସଭା ଓ ବିଧାନ ସଭା ପାଇଁ ସାଧାରଣ ନିର୍ବାଚନ ତଥା ଉପ ନିର୍ବାଚନ କରାଇବା । ନିର୍ବାଚନ ନାମାବଳୀ ପ୍ରସ୍ତୁତ କରିବା, ଫଟୋ ପରିଚୟ ପତ୍ର ପ୍ରଦାନ କରିବା ଆଦି କାର୍ଯ୍ୟ ମଧ୍ୟ ଏହି ବିଭାଗ ଦ୍ଵାରା ହୋଇଥାଏ ।

ଗତିବିଧି

ସ୍ଵତନ୍ତ୍ର ସାରମର୍ମ ପରିମାର୍ଜନ

ପ୍ରତ୍ଯେକ ବର୍ଷ ନିର୍ବାଚକ ନାମାବଳୀର ପରିମାର୍ଜନ ସମୟରେ ବିଦ୍ୟମାନ ନିର୍ବାଚକ ନାମାବଳୀକୁ ପ୍ରତ୍ଯେକ ମତଦାନ କେନ୍ଦ୍ରରେ ନାମ ଅନ୍ତର୍ଭୂକ୍ତିକରଣ, ନାମ ବିଲୋପୀକରଣ, ନାମ ସଂଶୋଧନ, ସ୍ଥାନାନ୍ତରୀକରଣ କରିବା ପାଇଁ ଦରଖାସ୍ତ ଆହ୍ଵାନ କରାଯାଏ । ଦାବି ତଥା ଆପତ୍ତି ଗୁଡିକର ସଠିକ୍ ଯାଞ୍ଚ ପରେ ଅନୁପୂରକ ନାମାବଳୀ ପ୍ରସ୍ତୁତ ଓ ପ୍ରକାଶିତ କରାଯାଏ ।

ନିର୍ବାଚକ ନାମାବଳୀର ନିରନ୍ତର ନିତ୍ୟୟନ

ନାମାବଳୀ ର ପ୍ରକାଶନ ପରେ ମଧ୍ୟ ନିରନ୍ତର ନିତ୍ୟୟନ ପ୍ରକ୍ରିୟା ଚାଲୁ ରହିଥାଏ ଏବଂ ନାଗରିକ ମାନେ ସ୍ଵାଧୀନ ଭାବେ ନାମ ଅନ୍ତର୍ଭୂକ୍ତିକରଣ, ନାମ ବିଲୋପୀକରଣ, ନାମ ସଂଶୋଧନ, ସ୍ଥାନାନ୍ତରୀକରଣ କରିବା ପାଇଁ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଦରଖାସ୍ତ ଦାୟର କରିପାରନ୍ତି ।

ମତଦାତାଙ୍କ ପାଇଁ ପ୍ରଣାଳୀବଦ୍ଧ ଶିକ୍ଷା ଓ ନିର୍ବାଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ସଚେତନତା ଅଭିଯାନ(SVEEP)

ନିର୍ବାଚନୀ ପ୍ରକ୍ରିୟାର ବହୁଳ ପ୍ରଚାର ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ ଯେପରିକି, ମତଦାତା ମାନଙ୍କ ଜନଯାତ୍ରା, ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର, ବକ୍ତୃତା ଆୟୋଜନ, ରଚନା ଲିଖନ, ନାରାବାଜି ଲିଖନ, ଚିତ୍ରାଙ୍କନ, ନିର୍ବାଚନ ସମ୍ପର୍କୀୟ କୂଟ ପ୍ରଶ୍ନ, ରଙ୍ଗୋଲି, ମତଦାତା ସହାୟତା କେନ୍ଦ୍ର, ଇଲେକ୍ଟ୍ରୋନିକ୍ ମତଦାନ ଯନ୍ତ୍ର ପ୍ରଦର୍ଶନ କରିବା, ଜାତୀୟ ମତଦାତା ଦିବସ ପାଳନ ଇତ୍ୟାଦି ଏହି କାର୍ଯ୍ୟ।ଳୟ ଦ୍ଵାରା ହୋଇଥାଏ ।

ବିଦ୍ୟାଳୟସ୍ତରୀୟ ପାରସ୍ପରିକ ଜ୍ଞାନ ଆଦାନପ୍ରଦାନ ଭିତ୍ତିକ କାର୍ଯ୍ୟକ୍ରମ

ଭବିଷ୍ୟତ ମତଦାତା ମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟ।ଳୟ ବିଭିନ୍ନ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ସ୍ତରରେ ୧୫ ରୁ ୧୭ ବର୍ଷ ବୟସ୍କ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଦ୍ୟାଳୟସ୍ତରୀୟ ପାରସ୍ପରିକ ଜ୍ଞାନ ଆଦାନପ୍ରଦାନ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରେ ।

ପର୍ଯ୍ୟ।ନୁକ୍ରମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁସାରେ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏହି କାର୍ଯ୍ୟ।ଳୟ ଦ୍ଵାରା ହୋଇଥାଏ ।

ମତଦାତା ନାମାବଳୀର ପ୍ରସ୍ତୁତିକରଣ ଏବଂ ଉତ୍ପାଦନ/ମତଦାତାମାନଙ୍କୁ ପରିଚୟ ପତ୍ର ପ୍ରଦାନ

ଏହି କାର୍ଯ୍ୟ।ଳୟ ମତଦାତା ନାମାବଳୀର ପ୍ରସ୍ତୁତିକରଣ ଏବଂ ଉତ୍ପାଦନ/ମତଦାତାମାନଙ୍କୁ ପରିଚୟ ପତ୍ର ପ୍ରଦାନ ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ କରେ ।

ଇଲେକ୍ଟ୍ରୋନିକ୍ ମତଦାନ ଯନ୍ତ୍ରଗୁଡିକର ପରିଚାଳନା

ଇଲେକ୍ଟ୍ରୋନିକ୍ ମତଦାନ ଯନ୍ତ୍ରଗୁଡିକର ସମସ୍ତ ପ୍ରକାରର ପରିଚାଳନା ଏହି କାର୍ଯ୍ୟ।ଳୟ ଦ୍ଵାରା ହୋଇଥାଏ ।

ଲୋକସଭା ଓ ବିଧାନ ସଭା ପାଇଁ ସାଧାରଣ ନିର୍ବାଚନ ତଥା ଉପ ନିର୍ବାଚନର ପରିଚାଳନା

ଏହି କାର୍ଯ୍ୟ।ଳୟ ସାଧାରଣ ନିର୍ବାଚନ ତଥା ଉପ ନିର୍ବାଚନର ସମସ୍ତ ପ୍ରକ୍ରିୟାର ପରିଚାଳନା କରିଥାଏ ।

୧୯- ଦେବଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସମ୍ପର୍କୀୟ କିଛି ତଥ୍ୟ
ବିଷୟ  ବିବରଣୀ 
ରାଜ୍ୟ   ୧୮-ଓଡିଶା 
ଜିଲ୍ଲା   ୦୫- ଦେବଗଡ 
ଲୋକସଭା ନିର୍ବାଚନ ମଣ୍ଡଳୀ 0୩-ସମ୍ବଲପୁର
ବିଧାନ ସଭା ନିର୍ବାଚନ ମଣ୍ଡଳୀ ୧୯- ଦେବଗଡ
ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆୟତନ  ୨୮୭୧ ବର୍ଗ କି. ମି. 
ବ୍ଲକ ସଂଖ୍ୟା
ରାଜସ୍ୱ ଗ୍ରାମ ସଂଖ୍ୟା  ୭୭୪
ଗ୍ରାମ ପଞ୍ଚାୟତ ସଂଖ୍ୟା  ୭୦
ନଗରପାଳିକା ସଂଖ୍ୟା  ୧
ମତଦାନ କେନ୍ଦ୍ର ସଂଖ୍ୟା  ୩୧୯
ବ୍ଲକ/ନଗରପାଳିକା-ୱାରୀ ମତଦାନ କେନ୍ଦ୍ର 
କ୍ର. ନ .  ବ୍ଲକ / ନଗରପାଳିକା ନାମ  ମତଦାନ କେନ୍ଦ୍ର ସଂଖ୍ୟା 
1  ତିଳେଇବଣୀ  ୯୬
2  ବାରକୋଟ  ୧୦୪ 
3  ରିଆମାଳ  ୧୦୪ 
4  ଦେବଗଡ  ନଗରପାଳିକା  ୧୫
ସର୍ବ ମୋଟ୍   ୩୧୯

 

 ସାଧାରଣ ମତଦାତା 
 ବର୍ଗ  ସଂଖ୍ୟା
 ପୁରୁଷ  ୧,୧୪,୭୫୩ 
 ମହିଳା          ୧,୧୦,୪୫୯ 
 ଅନ୍ୟାନ୍ୟ   ୬
ସର୍ବ ମୋଟ୍  ୨,୨୫,୨୧୮

 ସେବା ମତଦାତା

ପୁରୁଷ   ୨୧୧
ମହିଳା             ୮୭
ସର୍ବ ମୋଟ୍   ୨୯୮