ନ୍ୟାୟାଳୟ
ସମ୍ବଲପୁର ଜିଲ୍ଲା ନ୍ୟାୟାଳୟଠାରୁ ବିଚ୍ଛିନ୍ନ ହୋଇ ଦେବଗଡ ଜିଲ୍ଲା ନ୍ୟାୟାଳୟ ୨୦୧୩ ଏପ୍ରିଲ ମାସ ୨୦ ତାରିଖରେ ସ୍ଵତନ୍ତ୍ର ରୂପରେ ଆତ୍ମ ପ୍ରକାଶ କଲା । ସମ୍ପ୍ରତି ଏହି ନ୍ୟାୟାଳୟ ସମୂହ ଦେବଗଡ ସହର ମଧ୍ୟରେ ଥିବା ବାମଣ୍ଡା ରାଜପ୍ରାସାଦରେ ଅବସ୍ଥିତ । ଏହି ନ୍ୟାୟାଳୟ ସମୂହ ମଧ୍ୟରେ ୮ ଟି ନ୍ୟାୟାଳୟ କାର୍ଯ୍ୟ କରୁଅଛି । ସେଗୁଡିକ ନିମ୍ନରେ ପ୍ରଦତ୍ତ କରାଗଲା ।
- ଜିଲ୍ଲା ଏବଂ ଦୌରା ଜଜ୍
- ଅତିରିକ୍ତ ଜିଲ୍ଲା ଜଜ୍
- ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍
- ସହକାରୀ ଦୌରା ଜଜ୍
- ଶିଶୁ ନ୍ୟାୟ ପରିଷଦ
- ବରିଷ୍ଠ ଦେୱାନ ଜଜ୍ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍
- କନିଷ୍ଠ ଦେୱାନ ଜଜ୍ ଓ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍
- ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍
ଏତଦ୍ ବ୍ଯତୀତ ଏହି ପରିସର ରେ ୨ ଟି ପ୍ରଶାସନିକ କାର୍ଯ୍ୟ।ଳୟ ମଧ୍ୟ କାର୍ଯ୍ୟ କରୁଅଛି ଯଥା :
- ରେଜିଷ୍ଟ୍ରାର୍ ଙ୍କ କାର୍ଯ୍ୟ।ଳୟ
- ନ୍ୟାୟାଳୟ ପ୍ରବନ୍ଧକଙ୍କ କାର୍ଯ୍ୟ।ଳୟ
ଏହି କାର୍ଯ୍ୟ।ଳୟ ସମୂହ ବ୍ଯତୀତ ରିଆମାଳ ବ୍ଲକ ଠାରେ ଗୋଟିଏ ତାଲୁକ ସ୍ତରୀୟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ଅଦାଲତ କାର୍ଯ୍ୟ କରୁଅଛି ।
ଜିଲ୍ଲା ନ୍ୟାୟାଳୟ ସମୂହ ପରିସରରେ ଏକ ଆଇନ୍ ସେବା ପ୍ରାଧିକରଣ ସଂସ୍ଥା କାର୍ଯ୍ୟ କରୁଅଛି । ଏହି ସଂସ୍ଥା ବିଭିନ୍ନ ସାମାଜିକ ନ୍ୟାୟ ସମ୍ବନ୍ଧୀୟ କାର୍ଯ୍ୟ ଯଥା : ସାଧାରଣ ଜନତାଙ୍କ ମଧ୍ୟରେ ଆଇନ୍ ସଚେତନତା ଜାଗ୍ରତ କରିବା, ଗରିବ ଜନସାଧାରଣଙ୍କୁ ମାଗଣା ଆଇନ୍ ସେବା ପ୍ରଦାନ କରିବା, ଜାତୀୟ ଏବଂ ରାଜ୍ୟସ୍ତରୀୟ ଲୋକ ଅଦାଲତ ଆୟୋଜନ କରିବା, ସ୍ଥାୟୀ ଜିଲ୍ଲା, ବ୍ଲକ୍ ତଥା କାରାଗାର ସ୍ତରୀୟ ଲୋକ ଅଦାଲତ ଆୟୋଜନ କରିବା ଯାହାଦ୍ୱାରା ଅଧିକରୁ ଅଧିକ ସଂଖ୍ୟାରେ ସାଧାରଣ ମୋକଦ୍ଦମାର ସମାଧାନ ହୋଇପାରିବ । ଗ୍ରାମବାସୀମାନଙ୍କୁ ଯଥା ସମୟରେ ଆଇନ୍ ସମ୍ବନ୍ଧୀୟ ଉପଦେଶ ପ୍ରଦାନ କରିବା ପାଇଁ ବିଭିନ୍ନ ପଞ୍ଚାଯତ ସ୍ତରରେ ଆଇନ୍ ସେବା କେନ୍ଦ୍ର ଖୋଲାଯାଇଛି । ଆଇନ୍ ସେବା ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀମାନେ ଆବଶ୍ୟକ ସ୍ଥଳରେ ସାଧାରଣ ଲୋକମାନଙ୍କୁ ଆଇନ୍ ସେବା ପ୍ରଦାନ, ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ଦ୍ଵାରା ବିଭିନ୍ନ ବୈବାହିକ ଓ ଜମିଜମା ସମ୍ବନ୍ଧୀୟ ବିବାଦକୁ ସୂଚାରୁ ରୂପେ ସମାଧାନ କରିବା ପାଇଁ ଦିନ ରାତି ଏକ କରି କାର୍ଯ୍ୟ କରୁଅଛନ୍ତି । ଏହାଦ୍ବାରା ସାଧାରଣ ଜନତାଙ୍କୁ ମାନସିକ ସ୍ତରରେ ସହଯୋଗ ମିଳିପାରୁଛି ଓ ପ୍ରଶାସନକୁ ମଧ୍ୟ ଅତ୍ୟଧିକ ମକଦ୍ଦମାର ବୋଝରୁ ମୁକ୍ତି ମିଳୁଛି ।