ବନ୍ଦ କରନ୍ତୁ

ପର୍ଯ୍ୟଟନ ସ୍ଥଳ

ପର୍ଯ୍ୟଟନ ମନୁଷ୍ୟ ଜୀବନକୁ ଆଣି ଦିଏ ନୂତନତ୍ଵର ସନ୍ଧାନ । ବିଭିନ୍ନ ସ୍ଥାନ ପରି ଭ୍ରମଣ ଦ୍ଵାରା ଅନେକ ସ୍ଥାନ ଲୋକ ସଂସ୍ପର୍ଶ ଲାଭ କରି ଦର୍ଶକ, ସ୍ଥାନୀୟ ଲୋକମାନଙ୍କର ଚାଲିଚଳଣି, ଆଚାରବିଚାର, ଭୌଗୋଳିକ ସୀମା ସମ୍ବନ୍ଧୀୟ ଜ୍ଞାନାଦି ଆହରଣ କରିଥାଏ । ଏହି ଦୃଷ୍ଟିରୁ ଦେବଗଡ ଜିଲ୍ଲାରେ ଅବସ୍ଥାପିତ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ସମେତ ତତ୍ ସଂଲଗ୍ନ ଦେବାଦେବୀଙ୍କ ପୀଠ ଗୁଡିକ ଉପରେ ନିମ୍ନରେ ଆଲୋକପାତ କରାଗଲା ।

କଟାସର ଘାଟି

କଟାସର ଘାଟି

ଦେବଗଡ ଅନୁଗୋଳ ରାଜରାସ୍ତାର ୪୫ କିଲୋମିଟର ବ୍ଯବଧାନରେ ଅବସ୍ଥିତ କଟାସର ଘାଟି । ଏହା କାଙ୍କରଖୋଲ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଭୂକ୍ତ । ସଂରକ୍ଷିତ ଜଙ୍ଗଲ ହୋଇ ଥିବାରୁ…

ଗୋହିରା ନଦୀବନ୍ଧଯୋଜନା

ଗୋହିରା ନଦୀବନ୍ଧ ଯୋଜନା

ଏହି ନଦୀବନ୍ଧ ଯୋଜନାଟି ଦେବଗଡ ସହର ଠାରୁ ୨୮ କିଲୋମିଟର ଦୂରରେ ରିଆମାଳ ବ୍ଲକରେ ଅବସ୍ଥିତ । ଏହା ୧୯୮୧ ମସିହାରେ ନିର୍ମିତ ହୋଇଥିଲା । ଜଳ…

ଶ୍ରୀ ଜଗନ୍ନାଥ ମନ୍ଦିର

ଶ୍ରୀ ଜଗନ୍ନାଥ ମନ୍ଦିର, ଦେବଗଡ

ଶ୍ରୀ ଜଗନ୍ନାଥ ମନ୍ଦିର ଦେବଗଡ ସହରର ପୁରୁଣାଗଡ ଅଞ୍ଚଳରେ ଅବସ୍ଥିତ । ଏହି ମନ୍ଦିରଟି ଦେବଗଡ ସହର ମଧ୍ୟରେ ଥିବା ସର୍ବ ପୁରାତନ ମନ୍ଦିର । ଏହା…

ଦରଗଡି ଝରଣା

ଦରଗଡି ଝରଣା

ଦେବଗଡ ଜିଲ୍ଲା ସଦର ମହକୁମାଠାରୁ ଜାତୀୟ ରାଜପଥରେ ପୂର୍ବାଭିମୁଖେ ଗଲେ ରାଜରାସ୍ତା ପାର୍ଶ୍ଵରେ ଜିଲ୍ଲାର ଶେଷ ଗ୍ରାମ ଠିଆନାଳ ପଡିଥାଏ । ଏହି ଗ୍ରାମଟି ଯୌତୁକନାଳ ପଶ୍ଚିମ…

ଝାଡେଶ୍ଵର ମନ୍ଦିର

ଝାଡେଶ୍ଵର ମନ୍ଦିର

ଏହି ମନ୍ଦିରଟି ବାମଣ୍ଡା ରାଜବଂଶୀୟ ରାଜା ବ୍ରଜସୁନ୍ଦର ଦେବଙ୍କ ଦ୍ଵାରା ୧୮୫୪ ମସିହାରେ ନିର୍ମିତ ଏବଂ ଏହା ତତ୍କାଳୀନ ବାମଣ୍ଡା ରାଜ୍ୟର ପୁରାତନ ମନ୍ଦିର ମଧ୍ୟରୁ ଅନ୍ଯତମ…

ଓଲଟ ବର

ଓଲଟ ବଟ

ଓଲଟ ବଟ ଦେବଗଡ ସହର ଅନ୍ତର୍ଭୁକ୍ତ ପୁରୁଣାଗଡ ଅଞ୍ଚଳରେ ଅବସ୍ଥିତ ଏକ ଭିନ୍ନ ପ୍ରଜାତିର ଏବଂ ଦୁର୍ଲଭ ତଥା ଦୁଷ୍ପ୍ରାପ୍ୟ ବରଗଛ । ସମ୍ବଲପୁର ଦିଗରୁ ଦେବଗଡ…

ଦେଓଝରଣ

ଦେଓଝର ପ୍ରପାତ

କୈଳାଶ ଠାରୁ ଜାତୀୟ ରାଜପଥରେ ସମ୍ବଲପୁର ଅଭିମୁଖେ ୬-୭ କିଲୋମିଟର ଅନ୍ତରରେ ଅବସ୍ଥିତ ଗ୍ରାମ ବରଘାଟ । ବରଘାଟଠାରୁ ଦକ୍ଷିଣ ଦିଗକୁ ଯାଇଥିବା ପିଚୁ ରାସ୍ତାର ୨…

କୈଳାସ ରାଜପ୍ରାସାଦ

କୈଳାସ ପ୍ରାସାଦ

ଦେବଗଡ ସହରଠାରୁ ସମ୍ବଲପୁର ଯିବା ରାସ୍ତାରେ ୧୩ କିଲୋମିଟର ବ୍ଯବଧାନରେ କୈଳାଶ ଅବସ୍ଥିତ । ଏହିଠାରେ ଥିବା ଜଙ୍ଗଲ ପରିବେଷ୍ଟିତ ଉଚ୍ଚ ପର୍ବତ ଶ୍ରେଣୀ ଜନମନ ହରଣକାରୀ…

କୋରଡକୋଟ ପ୍ରପାତ

କୋରଡକୋଟ ଜଳପ୍ରପାତ

ପୂର୍ବକଥା ପ୍ରଧାନପାଟ ଜଳପ୍ରପାତର ପଶ୍ଚିମକୁ ୨ କିଲୋମିଟର ଅନ୍ତରରେ ରହିଛି ଅନ୍ୟ ଏକ ନିର୍ଝରିଣୀ କୋରଡକୋଟ । ଏହାର ଜଳକୁ ବ୍ୟବହାର କରି ବାମଣ୍ଡା ରାଜା ସଚ୍ଚିଦାନନ୍ଦ…

ପ୍ରଧାନପାଟ ଜଳପ୍ରପାତ

ପ୍ରଧାନପାଟ୍

ପ୍ରଧାନପାଟ ଜଳପ୍ରପାତ ନବ ନିର୍ମିତ ଦେବଗଡ ଜିଲ୍ଲାର ଉତ୍ତର ଦିଗରେ ପ୍ରାଚୀର ସଦୃଶ୍ୟ ପ୍ରଧାନପାଟ ଜଳପ୍ରପାତ ଅବସ୍ଥିତ । କୈଦନ୍ତା ପର୍ବତ ମାଳର ସପ୍ତକୁଣ୍ଡ ମଧ୍ୟ ଦେଇ…