ବନ୍ଦ କରନ୍ତୁ

ପସନ୍ଦ ସ୍ଥାନ

ସରୁଆଳି ନଦୀବନ୍ଧ

ସରୁଆଳି ନଦୀବନ୍ଧ

ଏହି ନଦୀବନ୍ଧଟି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବ ୧୮୬୯ ରୁ ୧୮୭୫ ମସିହାରେ ମୋଟୁଆଳୀ ନଦୀ ଉପରେ ନିର୍ମାଣ କରାଇଥିଲେ । ଏହା ଆଖପାଖରେ ମିଳୁଥିବା ପ୍ରସ୍ତର ଖଣ୍ଡ ଦ୍ଵାରା ନିର୍ମିତ ହୋଇଥିଲା । ଏହା ଦେବଗଡ ଜିଲ୍ଲାର ବାରକୋଟ ବ୍ଲକ ମଧ୍ୟରେ ଅବସ୍ଥିତ । ଏହା ଦେବଗଡ ଠାରୁ ପ୍ରାୟ ୫୬ କିଲୋମିଟର ଦୂରରେ ଅବସ୍ଥିତ ।

 

ଅକ୍ଷରଶିଳା

ଅକ୍ଷରଶିଳା
ଅକ୍ଷରଶିଳା

ଅକ୍ଷରଶିଳା ଶିଳାଲିପିକୁ ବାମଣ୍ଡାର କିଛି ବିଶେଷଜ୍ଞ ଅନୁବାଦ କରି “ବିଚିତ୍ର ଶ୍ରୟନ” ବା “ବିଚିତ୍ର ଭୁଷଣସ୍ୟ” ବୋଲି କହିଛନ୍ତି । ଏହି ଲିପି ପ୍ରାକ୍-ବ୍ରାହ୍ମୀ ଲିପି ବୋଲି କେହି ପ୍ରାଚୀନ ଐତିହାସିକ ମତ ବ୍ୟକ୍ତ କରନ୍ତି । ଏହା ଝାରସୁଗୁଡା ଜିଲ୍ଲାର ବିକ୍ରମଖୋଲ ଶିଳାଲିପିର ସମସାମୟିକ ବୋଲି ମଧ୍ୟ ଅନୁମାନ କରାଯାଏ ।

 

ପ୍ରାକ୍-ଐତିହାସିକ ଯୁଗୀୟ ଆଶ୍ରୟ ସ୍ଥଳ ଓ ପ୍ରସ୍ତର ଚିତ୍ର

ପ୍ରସ୍ତର ଚିତ୍ର
ପ୍ରସ୍ତର ଚିତ୍ର

ଦେବଗଡ ସହର ଠାରୁ ପ୍ରାୟ ୬୫ କିଲୋମିଟର ଦୂରବର୍ତ୍ତୀ ଏବଂ କୁଣ୍ଢେଇଗୋଳା ଥାନା ପାଖରୁ ୫ କିଲୋମିଟର ଦୂରରେ ଅବସ୍ଥିତ କାଞ୍ଜିଆମ ଗ୍ରାମ । ଏହି ଗ୍ରାମରେ ଗୋଟିଏ ଥିବା ପାହାଡରେ ପ୍ରାକ୍-ଐତିହାସିକ ଯୁଗର ଗୁମ୍ଫା ଏବଂ ପ୍ରସ୍ତର ଚିତ୍ର ସମ୍ବଳିତ ଗୁମ୍ଫାର କାନ୍ଥ ରହିଅଛି ଯାହାକି ପ୍ରାକ୍-ଐତିହାସିକ ଯୁଗରେ ମନୁଷ୍ୟମାନଙ୍କର ଆଶ୍ରୟ ସ୍ଥଳ ବୋଲି ବିବେଚନା କରାଯାଏ । ସ୍ଥାନୀୟ ଲୋକମାନଙ୍କ ଭାଷାରେ ଏହି ଗୁମ୍ଫାକୁ “ମଠଗୁମ୍ଫା” କୁହାଯାଇଥାଏ । ଗୁମ୍ଫା ଚିତ୍ର ମଧ୍ୟରେ କିଛି ଜ୍ୟାମିତିକ ଚିତ୍ର, କିଛି ବନ୍ୟପଶୁ ଚିତ୍ର, ମନୁଷ୍ୟ ହସ୍ତ ପାପୁଲିର ଚିତ୍ର, ଅର୍ଦ୍ଧଚନ୍ଦ୍ର ଆକୃତିର ଚିତ୍ର ମଧ୍ୟ ରହିଛି । ଏହିପରି ପ୍ରସ୍ତର ଚିତ୍ର ଜିଲ୍ଲାର ବାରକୋଟ ନିକଟସ୍ଥ ବଳିତା ଗ୍ରାମରେ ମଧ୍ୟ ରହିଛି ।

 
କାଞ୍ଜିଆମ ଗୂମ୍ଫା ବା ମଠଗୂମ୍ଫା
ପ୍ରସ୍ତର ଚିତ୍ର