ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର
କାର୍ଯ୍ୟ।ଳୟ ନାମ
ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଦେବଗଡ ଜିଲ୍ଲା ୟୁନିଟ୍
ବିଭାଗ ନାମ
ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରୌଦ୍ଯୋଗିକୀ,
ଭାରତ ସରକାର
ଠିକଣା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର,
କଲେକ୍ଟୋରେଟ୍, ଦେବଗଡ, ଓଡିଶା-୭୬୮୧୦୮
ଦୁରଭାଷ
୦୬୬୪୧-୨୨୬୬୦୮
ଇ-ମେଲ
orideo[at]nic[dot]in
ଉପକ୍ରମଣିକା
ଦେବଗଡ ଜିଲ୍ଲାରେ ୧୯୯୬ ମସିହାରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠିତ ହୁଏ । ସେବେଠାରୁ ଅନବରତ ଭାବରେ ଏହା ଜିଲ୍ଲା ପ୍ରଶାସନକୁ ବିଭିନ୍ନ କମ୍ପ୍ୟୁଟର ତଥା କମ୍ପ୍ୟୁଟରୀକରଣ ସମ୍ବନ୍ଧୀୟ ସେବା ଯୋଗାଇ ଆସୁଛି । ସୂଚନା ପ୍ରଯୁକ୍ତି ଦ୍ଵାରା ବିଭିନ୍ନ ଜିଲ୍ଲାସ୍ତରୀୟ ତଥା ବ୍ଲକ ଏବଂ ତହସିଲସ୍ତରୀୟ ସରକାରୀ ବିଭାଗର କାର୍ଯ୍ୟ ପ୍ରଣାଳୀ କମ୍ପ୍ୟୁଟରୀକରଣ ଓ ଏହାର ରକ୍ଷଣାବେକ୍ଷଣ ସେବା ଯୋଗାଇବା ଏହାର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟ।ଳୟ, ଏହାର ରାଜ୍ୟ ମୁଖ୍ୟ କାର୍ଯ୍ୟ।ଳୟ ତଥା ରାଷ୍ଟ୍ର ମୁଖ୍ୟ କାର୍ଯ୍ୟ।ଳୟ ସହ ସମନ୍ଵୟ ରଖିବା ସହ, ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ବିଭିନ୍ନ ଅଧିକାରୀ ତଥା ଉପଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ମଧ୍ୟ ନିଜର ସମ୍ପର୍କ ରକ୍ଷା କରି ବିଭିନ୍ନ ଇ-ଗଭର୍ଣ୍ଣାନ୍ସ ଅନ୍ତର୍ଗତ କମ୍ପ୍ୟୁଟରୀକରଣ କାର୍ଯ୍ୟ କରୁଛି । ଏହା ଦ୍ଵାରା ସରକାରଙ୍କ “ଡିଜିଟାଲ ଭାରତ” ଅଭିଯାନ କ୍ରମେ ଫଳବତୀ ହେବା ପାଇଁ ଚେଷ୍ଟା ଜାରି ରହିଛି । ସାଧାରଣ ଜନତା ନିଜ ଘର ପାଖରେ ଏକ ସ୍ଵଚ୍ଛ, ତ୍ଵରିତ ସରକାରୀ ଶାସନ ସେବା ପାଇବାର ଆଶା ଉଦ୍ରେକ ହୋଇଛି ।
କାର୍ଯ୍ୟ
ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ମୁଖ୍ୟ କାର୍ଯ୍ୟଗୁଡିକ ନିମ୍ନଲିଖିତ ଭାବେ ବର୍ଣ୍ଣନା କରାଯାଇପାରେ ।
- ସୂଚନା ଓ ଯୋଗାଯୋଗ ପ୍ରୌଦ୍ଯୋଗିକୀ ଭିତ୍ତିଭୂମି ପ୍ରତିଷ୍ଠା
- ରାଷ୍ଟ୍ରୀୟ ତଥା ରାଜ୍ୟସ୍ତରୀୟ ଇ-ଗଭର୍ଣ୍ଣାନ୍ସ ପରିଯୋଜନା ତଥା ଉତ୍ପାଦଗୁଡିକର ଜିଲ୍ଲା ସ୍ତରରେ କାର୍ଯ୍ୟ।ନ୍ଵିତ କରାଇବା
- ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାସ୍ତରୀୟ ସରକାରୀ ବିଭାଗଗୁଡିକ ପାଇଁ ସୂଚନା ପ୍ରଯୁକ୍ତି ସମ୍ବନ୍ଧୀୟ ପରାମର୍ଶ ଦେବା
- ଅନୁସନ୍ଧାନ ଏବଂ ବିକାଶ ତଥା ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କ୍ଷମତା ନିର୍ମାଣ
କାର୍ଯ୍ୟ ଗୁଡିକର ସାରଣୀ ଓ ତତ୍ ସଂଲଗ୍ନ ବିଭାଗ
- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ – ଭୂଲେଖ, ଭୂନକ୍ସା, ଅନ୍ ଲାଇନ୍ ଦାଖଲ ଖାରଜ,ଭୂମି ଅଧିଗ୍ରହଣ, ରାଜସ୍ୱ କୋର୍ଟ ମାମଲା , ନ୍ୟାୟଳୟ ମାମଲା, ୨୫-ପାରାମିଟର ଏବଂ ଦ୍ଵିଷ୍ଟ
- ନ୍ୟାୟିକ ବିଭାଗ : ମାରଣାସ୍ତ୍ର ଲାଇସେନ୍ସ
- ମଙ୍ଗଳ ବିଭାଗ : ବୃଦ୍ଧାବସ୍ଥା ପେନସନ/ ବିଧବା ପେନସନ/ବିକଳାଙ୍ଗ ପେନସନ
- ଜିଲ୍ଲା ନ୍ୟାୟଳୟ : ଇ-କୋର୍ଟ
- ଜରୁରୀ ବିଭାଗ : ବୃଷ୍ଟିପାତ
- ଶିକ୍ଷା ବିଭାଗ : ଶିକ୍ଷକ-ଛାତ୍ର ହେଲ୍ପ ଲାଇନ
- ପୋଲିସ ବିଭାଗ : ସି.ସି.ଟି.ଏନ.ଏସ.
- ଜିଲ୍ଲା ଖାଉଟି ଅଦାଲତ : କନ୍ଫୋନେଟ
- ମହିଳା ଓ ଶିଶୁ ବିକାଶ ବିଭାଗ : ସି.ଡି.ପି.ଓ.-ଏମ.ପି.ଆର .
- ନିର୍ବାଚନ ବିଭାଗ – ନିର୍ବାଚନ ସମ୍ବନ୍ଧୀୟ ପ୍ରକ୍ରିୟା ଗୁଡିକର କମ୍ପ୍ୟୁଟରିକରଣ, ଇଆରଓନେଟ
- କୃଷି ବିଭାଗ – ଏଗ୍ରୀସନେଟ
- ପଶୁ ପାଳନ ବିଭାଗ – ଏନ.ଏ.ଡି.ଆର.ଏସ.
- ଡିଜିଟାଲ ଇଣ୍ଡିଆ ସମ୍ବନ୍ଧୀୟ – ଡିଜିଟାଲ ଲକର
- ମଙ୍ଗଳ ବିଭାଗ : ସଂଖ୍ୟା ଲଘୁ ଛାତ୍ର ବୃତ୍ତି – ପ୍ରେରଣା
- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ – ଇ-ଅଭିଯୋଗ
- ବିଭିନ୍ନ ସରକାରୀ ବିଭାଗକୁ ଇଣ୍ଟରନେଟ ଯୋଗାଇବା
- ସ୍ଥାନୀୟ ନେଟୱାର୍କ ପ୍ରତିଷ୍ଠା ତଥା ରକ୍ଷଣାବେକ୍ଷଣ
- ରାଷ୍ଟ୍ର ତଥା ପ୍ରଦେଶ ସ୍ତରୀୟ ଭିଡିଓ ସମ୍ମେଳନ ବ୍ୟବସ୍ଥା
- ଜିଲ୍ଲା ଜିଓ ପୋର୍ଟାଲ ବିକାଶ
- ଜିଲ୍ଲା ୱେବ ସାଇଟ୍ ବିକାଶ ଏବଂ ରକ୍ଷଣାବେକ୍ଷଣ
- ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାସ୍ତରୀୟ ସରକାରୀ ବିଭାଗଗୁଡିକ ପାଇଁ ସୂଚନା ପ୍ରଯୁକ୍ତି ସମ୍ବନ୍ଧୀୟ ପରାମର୍ଶ ଦେବା
- ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ କମ୍ପ୍ୟୁଟର ସମ୍ବନ୍ଧୀୟ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା
- ବିଭିନ୍ନ ବିଭାଗରେ ହେଉଥିବା କର୍ମଚାରୀ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ
ଦେବଗଡ ଜିଲ୍ଲାରେ କାର୍ଯ୍ୟ କରିଥିବା ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନଙ୍କ କାର୍ଯ୍ୟକାଳ
- ଶ୍ରୀ ରାଜେନ୍ଦ୍ର କୁମାର ପ୍ରଧାନ ୧୯୯୬-୧୯୯୭
- ଶ୍ରୀ ଅଶୋକ କୁମାର ବେହେରା ୧୯୯୭-୨୦୦୫
- ଶ୍ରୀ ରୁଦ୍ର ପ୍ରସାଦ ଦାସ ୨୦୦୫-୨୦୦୬
- ଶ୍ରୀ କାନ୍ଦ୍ରା ହେମ୍ବ୍ରମ ୨୦୦୬-୨୦୧୨
- ଶ୍ରୀ ସିଦ୍ଧାର୍ଥ ମଣ୍ଡଳ ୨୦୧୨ -୨୦୧୭
- ଶ୍ରୀ କ୍ଷୀରୋଦ କୁମାର ସାହୁ ୨୦୧୭-