ବନ୍ଦ କରନ୍ତୁ

ଶିଶୁ ସୁରକ୍ଷା ୟୁନିଟ୍

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

ବିଭାଗର ନାମ :

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଦେବଗଡ
ମହିଳା ଓ ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ
ଓଡିଶା ସରକାର

ଅଫିସ ଓ ଯୋଗାଯୋଗ ଠିକଣା :

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,

[ମ୍ୟୁନିସିପାଲଟି ପାଖ],

ପୋ/ଜିଲ୍ଲା : ଦେବଗଡ – ୭୬୮୧୦୮

ଫୋନ : ୦୬୬୪୧-୨୨୬୬୪୫

ଇମେଲ : dcpo[dot]deogarh[dot]od@nic[dot]in

ଲକ୍ଷ୍ୟ ଓ ଆଭିମୁଖ୍ୟ :

  • ଲକ୍ଷ୍ୟ : ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଓ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁମାନଙ୍କ ଯତ୍ନ , ସୁରକ୍ଷା , ସାମାଜିକ ପୁନର୍ବାସ ଓ ଥଇଥାନ ପାଇଁ କିଶୋର ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ କରି ଶିଶୁମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚତ କରେଇବା ହେଉଛି ଆମର ଲକ୍ଷ୍ୟ ।
  • ଆଭିମୁଖ୍ୟ :କିଶୋର ନ୍ୟାୟ ଅଧିନିୟମ ଓ ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା ତଥା ଅନ୍ୟାନ୍ୟ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ ଆଇନ , ଅଧିନିୟମ ଓ ଯୋଜନାର କାର୍ଯ୍ୟକାରିତାକୁ ନିଶ୍ଚିତ କରାଇ ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁ ଓ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁମାନଙ୍କ ସର୍ବୋତମ ହିତକୁ ମାନ୍ୟତା ଦେଇ ସେହି ସବୁ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ, ସୁରକ୍ଷା, ବିକାଶ ଓ ସାମାଜିକ ପୁନର୍ବାସ ମାଧ୍ୟମରେ ମୌଳିକ ଅବଶ୍ୟକତାକୁ ପୂରଣ କରିବା ।

କାର୍ଯ୍ୟକ୍ରମ :

ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଓ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁମାନଙ୍କ ଯତ୍ନ , ସୁରକ୍ଷା , ସାମାଜିକ ପୁନର୍ବାସ ଓ ଥଇଥାନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ନିମ୍ନ ଲିଖିତ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ ହେଉ ଅଛି , ଯଥା :

  • କିଶୋର ନ୍ୟାୟ [ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା] ଅଧିନିୟମ-୨୦୧୫ ଓ ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା [ଆଇ.ସି.ପି.ଏସ]ର ନିର୍ଦେଶନାମାର କାର୍ଯ୍ୟକାରିତ। । 
  • ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଅଧିନିୟମର କାର୍ଯ୍ୟକାରିତ।କୁ ସୁନିଶ୍ଚିତ କରାଇବା ଯଥା : ବାଲ୍ୟ ବିବାହ ନିଷେଧ ଅଧିନିୟମ-୨୦୦୬ , ଶିଶୁ ଶ୍ରମିକ ନିଷେଧ ଅଧିନିୟମ , ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଅଧିନିୟମ-୨୦୧୨ ଇତ୍ୟାଦି ।
  • ଅନୁଷ୍ଠାନିକ ଯତ୍ନ ବ୍ୟବସ୍ଥା : ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଓ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁମାନଙ୍କ ପାଇଁ ଅନୁଷ୍ଠାନିକ ଯତ୍ନ ବ୍ୟବସ୍ଥା ଯଥା ଶିଶୁ ଗୃହ , ପର୍ଯ୍ୟବେକ୍ଷଣ ଗୃହ , ସ୍ଵତନ୍ତ୍ର ଗୃହ , ପୌଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥା, ମୁକ୍ତାଶ୍ରୟ କେନ୍ଦ୍ର, ଇତ୍ୟାଦିର ସୁପରିଚାଳନ। ଓ ତଦାରଖ ।
  • ଅଣ- ଅନୁଷ୍ଠାନିକ ଯତ୍ନ ବ୍ୟବସ୍ଥା ଯଥା : ପୋଷଣ ଯତ୍ନ, ପୃଷ୍ଠପୋଷକତା , ଶିଶୁ ଯତ୍ନ ଅନୁଷ୍ଠାନରୁ ବିଦାୟ ନେଉଥିବା ଶିଶୁମାନଙ୍କ ଥଇଥାନ ଓ ସାମାଜିକ ପୁନର୍ବାସ ପାଇଁ “ଉତ୍ତର ଯତ୍ନ” ବ୍ୟବସ୍ଥା ।
  • ପୌଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ମାଧ୍ୟମରେ ପିତୃମାତୃ ହୀନ ଶିଶୁ , ପରିତ୍ୟକ୍ତ ଓ ସମର୍ପିତ ଶିଶୁମାନଙ୍କ ସାମାଜିକ ପୁନର୍ବାସ ।
  • କିଶୋର ନ୍ୟାୟ ଅଧିନିୟମର ପ୍ରବଧାନ ସମୂହ ଓ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଅଧିନିୟମ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସଚେତନତା କାର୍ଯ୍ୟକ୍ରମ ଓ ତାଲିମ ଶିବିର ଆୟୋଜନ କରିବା ।
  • ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ଉଦ୍ଧାର ଓ ସୁରକ୍ଷା ପାଇଁ ଜରୁରୀକାଳୀନ ସେବା ।
  • ବିଧି ସଙ୍ଗତ ସେବା ବ୍ୟବସ୍ଥା ଯଥା : ଶିଶୁ ମଙ୍ଗଳ କମିଟି , କିଶୋର ନ୍ୟାୟ ବୋର୍ଡ ଓ ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟର ସେବାକୁ ସୁନିଶ୍ଚିତ କରେଇବା ଓ ସହଯୋଗ କରିବା ।
ପଦପଦବୀ
କ୍ର.ନ   ନାମ ପଦବୀ ମୋବାଇଲ ନମ୍ବର
ଶ୍ରୀ ରୋମିଓ ମହାପାତ୍ର  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ୯୪୩୮୩୪୮୨୯୪
 ଶ୍ରୀ ଚିନ୍ମୟ କୁମାର ସ୍ଵାଇଁ ସୁରକ୍ଷା ଅଧିକାରୀ (ଅଣ ଅନୁଷ୍ଠାନିକ) ,
ଲିଗାଲ ପ୍ରୋବେସନ ଅଫିସର (i/c)
୯୪୩୯୯୧୭୪୬୬
ଶ୍ରୀମତୀ ସୁଜାତା ମହାନନ୍ଦିଆ ସୋସିଆଲ ୱାର୍କର ,
ସୁରକ୍ଷା ଅଧିକାରୀ (ଅନୁଷ୍ଠାନିକ) i/c
  ୯୫୮୩୬୫୧୧୦୦
୪  ଶ୍ରୀ ଗୌରବ ଚନ୍ଦ୍ର ବେହେରା ହିସାବ ରକ୍ଷକ [ଆକାଉଣ୍ଟାଣ୍ଟ]  ୯୮୬୧୭୧୬୦୪୩
ବି. ଦ୍ର : ଅନ୍ୟ ୮ ଗୋଟି ପଦବୀ ଖାଲି ଅଛି ।

 

ବିଧି ସଙ୍ଗତ ସେବା ବ୍ୟବସ୍ଥାର ଅଧିକାରୀଙ୍କ ଯୋଗାଯୋଗ ଠିକଣା
କ୍ର.ନ  କମିଟି ଓ ବୋର୍ଡ ଠିକଣା ଫୋନ ଇମେଲ
ଶିଶୁ ମଙ୍ଗଳ କମିଟି [CWC] 

ଶିଶୁ ମଙ୍ଗଳ କମିଟୀ[CWC]

ମୁନିସିପାଲଟି ସାହି
ପୋ/ଜିଲ୍ଲା : ଦେବଗଡ – ୭୬୮୧୦୮

 ୦୬୬୪୧-୨୨୬୬୪୩ deogarhcwc@gmail[dot]com
କିଶୋର ନ୍ୟାୟ ବୋର୍ଡ [JJB] କିଶୋର ନ୍ୟାୟ ବୋର୍ଡ [JJB]
ମୁନିସିପାଲଟି ସାହି
ପୋ/ଜିଲ୍ଲା : ଦେବଗଡ – ୭୬୮୧୦୮
୦୬୬୪୧-୨୨୬୬୪୭ jjbdeogarh@rediffmail[dot]com
ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ[SJPU] ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ[SJPU]
ଡ଼ି.ଏସ.ପି /ଏଚ.ଆର.ପି.ସି
ଜିଲ୍ଲା ଅ।ରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ
ପ/ଜିଲ୍ଲା : ଦେବଗଡ
୦୬୬୪୧-୨୨୬୧୦୦ spdgr[dot]odpol@nic[dot]in

 

ଯୋଜନା :

  • ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା
  • ବିଜୁ ଶିଶୁ ସୁରକ୍ଷା ଯୋଜନା

ସଫଳତା ତଥା ଅନ୍ଯାନ୍ଯ ବିଷୟରେ ଜାଣିବାକୁ ଚାହୁଁଥିଲେ ଏଇଠାରେ କ୍ଲିକ(୪ ଜିବି -ପିଡ଼ିଏଫ) କରନ୍ତୁ ।