ସୂଚନା ଓ ଲୋକ ସମ୍ପର୍କ
ବିଭାଗର ନାମ
: ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର
ଠିକଣା ଏବଂ ଯୋଗାଯୋଗ :
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,
ଦେବଗଡ, ଓଡିଶା – ୭୬୮୧୦୮
ଦୂରଭାଷ: ୦୬୬୪୧ – ୨୨୬୪୨୨
ଇ-ମେଲ: dipro.dgh111@gmail[dot]com
ବିଭାଗର ମୂଳଲକ୍ଷ୍ୟ :
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟ, ଦେବଗଡ ସାଧାରଣ ଲୋକ ଏବଂ ପ୍ରଶାସନ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରେ । ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ଜନସାଧାରଣଙ୍କ ସହଭାଗିତା ଦ୍ଵାରା କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ କରାଇବା ବିଭାଗର ପ୍ରମୁଖ୍ୟ ଲକ୍ଷ୍ୟ ।
ବିଭିନ୍ନ କାର୍ଯ୍ୟକ୍ରମ
ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେବା ଏବଂ ବିଭିନ୍ନ ଜାତୀୟ ଦିବସ ଯଥା – ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ ଏବଂ ପ୍ରମୁଖ ରାଷ୍ଟ୍ର ବ୍ୟକ୍ତିତ୍ୱମାନଙ୍କର ଜୟନ୍ତୀ ପାଳନ ଏହି ବିଭାଗର କାର୍ଯ୍ୟକ୍ରମ ଅନ୍ତର୍ଗତ ।
ପୁନଶ୍ଚ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଜରୁରୀ କାଳୀନ ପରିସ୍ଥିତି ଯଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସଚେତନ କରାଇବା ମଧ୍ୟ ଏହି ବିଭାଗର କାର୍ଯ୍ୟକ୍ରମ ଅନ୍ତର୍ଗତ । ବିଭିନ୍ନ ସମ୍ବାଦପତ୍ରିକାର ପ୍ରକାଶିତ ହେଉଥିବା ଜିଲ୍ଲା ସମ୍ବନ୍ଧୀୟ ସମ୍ବାଦଗୁଡିକୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ନେବା, ସୂଚନା ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସଠିକ୍ କାର୍ଯ୍ୟକାରିତା ପ୍ରତି ଧ୍ୟାନଦେବା ମଧ୍ୟ ଏହି ବିଭାଗର କାର୍ଯ୍ୟ ।
ସଂସ୍ଥାଗତ ଗଠନ
୧୯୮୯ ମସିହାରେ ଦେବଗଡ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଏକ ସ୍ଵତନ୍ତ୍ର କାର୍ଯ୍ୟ।ଳୟ ଖୋଲା ଯାଇ ଜଣେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । ଏହି କାର୍ଯ୍ୟ।ଳୟରେ ଜଣେ ପ୍ରକ୍ଷେପକ, ଜଣେ ବରିଷ୍ଠ କିରାଣୀ, ଜଣେ କନିଷ୍ଠ କ୍ଷିପ୍ର ଲେଖକ, ଜଣେ କନିଷ୍ଠ ଭଣ୍ଡାର ରକ୍ଷକ, ଜଣେ ଗାଡି ଚାଳକ ଏବଂ ୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ସରକାରୀ କାର୍ଯ୍ୟରେ ସହାୟତା ନିମନ୍ତେ ଅବସ୍ଥାପିତ ହୋଇଛନ୍ତି । ଜିଲ୍ଲା ସଦର ମହକୁମା ଦେବଗଡଠାରେ ଗୋଟିଏ ସୂଚନା କେନ୍ଦ୍ର ଓ ପାଠାଗାର ଖୋଲାଯାଇ ଜନସାଧାରଣଙ୍କୁ ବିଭିନ୍ନ ସମ୍ବାଦପତ୍ର ଏବଂ ଉପାଦେୟ ପୁସ୍ତକ ପଠନ ନିମନ୍ତେ ଯୋଗାଇଦିଆଯାଉଛି । ଏହି ସୂଚନା କେନ୍ଦ୍ର ଓ ପାଠାଗାର ପରିଚାଳନା ନିମନ୍ତେ ଜଣେ ଗ୍ରାନ୍ଥଗାରିକ ଓ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି ପାଠାଗାରଟି ରାଜ୍ୟରେ ଥିବା ପ୍ରମୁଖ ପୁରାତନ ପାଠାଗାର ମଧ୍ୟରୁ ଅନ୍ୟତମ ଯାହାକି, ୧୯୨୦ ମସିହାରେ ତତ୍କାଳୀନ ବାମଣ୍ଡା ରାଜ୍ୟର ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ।
କ୍ରମିକ ନମ୍ବର | ପଦବୀ | ପଦବୀ ସଂଖ୍ୟା |
---|---|---|
୧ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ୧ |
୨ | ବରିଷ୍ଠ କିରାଣୀ | ୧ |
୩ | ପ୍ରକ୍ଷେପକ | ୧ |
୪ | କନିଷ୍ଠ କ୍ଷିପ୍ର ଲେଖକ | ୧ |
୫ | କନିଷ୍ଠ ଭଣ୍ଡାର ରକ୍ଷକ | ୧ |
୬ | କନିଷ୍ଠ କିରାଣୀ ଓ ଗ୍ରାନ୍ଥଗାରିକ | ୧ |
୭ | ଗାଡି ଚାଳକ | ୧ |
୮ | କାର୍ଯ୍ୟ।ଳୟ ପିଅନ | ୨ |
୯ | ଶିକ୍ଷିତ ପିଅନ ( ପାଠାଗାର) | ୧ |
୧୦ | ରାତ୍ରି ଜଗୁଆଳି ଓ ଝାଡୁଦାର | ୧ |
୧୧ | ରାତ୍ରି ଜଗୁଆଳି ଓ ଝାଡୁଦାର( ପାଠାଗାର) | ୧ |