ବନ୍ଦ କରନ୍ତୁ

ଅର୍ଥବ୍ୟବସ୍ଥା

ଦେବଗଡ ଜିଲ୍ଲା ଗୋଟିଏ କୃଷି ପ୍ରଧାନ ଜିଲ୍ଲା । ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଏହାର ଅର୍ଥନୀତି କ୍ରମାଗତ ଭାବରେ ବୃଦ୍ଧି ହୋଇ ଚାଲିଛି  । 

ଜୀବିକା

ଦେବଗଡ ଜିଲ୍ଲା ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି କୃଷି ଯାହାକି ମୋଟ୍ ଜିଲ୍ଲା ଘରୋଇ ଉତ୍ପାଦର ଏକ ଚତୁର୍ଥାଂଶ ଏବଂ ପ୍ରାୟ ଶତକଡା ୭୫ ଭାଗ ଶ୍ରମିକମାନେ କୃଷିକର୍ମରେ ନିୟୋଜିତ ହୋଇଥାନ୍ତି । ଜିଲ୍ଲାଟି ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ । ଜିଲ୍ଲା ଭୌଗଳିକ ଆୟତନର ପ୍ରାୟ ୭୫.୦୬ ଭାଗ ଜଙ୍ଗଲ ଦ୍ଵାରା ଆଚ୍ଛାଦିତ ଯାହାକି ଜିଲ୍ଲାର ବହୁଳ ଜନଜାତିମାନଙ୍କର ଜୀବିକାନିର୍ବାହ କରିବା ପାଇଁ ସାହାଯ୍ୟ କରେ । ଜିଲ୍ଲାଟି ପ୍ରାକୃତିକ ଜଳସମ୍ପଦଯୁକ୍ତ । ବ୍ରାହ୍ମଣୀ ଓ ଟିକିରା ନଦୀ, ରେଙ୍ଗାଲି ଓ ଗୋହିରା ଜଳଭଣ୍ଡାର ଜିଲ୍ଲାବାସୀମାନଙ୍କର ଜୀବିକା ଅର୍ଜ୍ଜନ ପାଇଁ ବହୁଳ ଭାବରେ ସାହାଯ୍ୟକାରୀ । କିଛିକାଂଶ ଜିଲ୍ଲା ଅଧିବାସୀ ଲଘୁ ଖଣିଜ ଦ୍ରବ୍ୟ ତଥା ଗୃହ ନିର୍ମାଣରେ ବ୍ୟବହୃତ ହେଉଥିବା ପଦାର୍ଥ ଖନନ ଓ ଉତ୍ତୋଳନ ଦ୍ଵାରା ନିଜର ଜୀବିକା ନିର୍ବାହ କରିଥାନ୍ତି । ଯଦିଚ ଜିଲ୍ଲା ମଧ୍ୟରେ କୌଣସି ବୃହତ ଶିଳ୍ପ ସଂସ୍ଥା ନାହିଁ , ମାତ୍ର ଜଙ୍ଗଲ ଜାତ ପଦାର୍ଥ ସମ୍ବଳିତ ୧୮ ଟି କ୍ଷୁଦ୍ର ଶିଳ୍ପ ସଂସ୍ଥା ତଥା ୧୪୪ ଟି କୁଟୀର ଶିଳ୍ପ ସଂସ୍ଥା ଦ୍ଵାରା ନିୟୋଜିତ ହୋଇ ଜିଲ୍ଲାର ବହୁ ଲୋକେ ନିଜର ଜୀବିକା ନିର୍ବାହ କରିଥାନ୍ତି । ଦେବଗଡ ଜିଲ୍ଲାରେ କୃଷି, ବନୀକରଣ ଓ ଫଳଚାଷ କ୍ଷେତ୍ରରେ ଉନ୍ନତି ନିମିତ୍ତ ପ୍ରଚୁର ସୁଯୋଗ ରହିଛି ଯାହାକି ଜିଲ୍ଲାର ଅଧିବାସୀମାନଙ୍କ ପାଇଁ ଅଧିକରୁ ଅଧିକ ଆତ୍ମ ନିର୍ଭରଶୀଳ ଜୀବିକା ନିର୍ବାହ ପନ୍ଥା ପ୍ରସ୍ତୁତ କରିପାରିବ । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଦ୍ଵାରା ଏହି ସବୁ କ୍ଷେତ୍ର ଗୁଡିକରେ ଅଧିକରୁ ଅଧିକ କର୍ମ ନିୟୋଜନ ସୃଷ୍ଟି କରିବା ପାଇଁ ଚେଷ୍ଟା ଜାରି ରହିଛି ।