ବନ୍ଦ କରନ୍ତୁ

ଗୋହିରା ନଦୀବନ୍ଧ ଯୋଜନା

ନିର୍ଦ୍ଦେଶ

ଏହି ନଦୀବନ୍ଧ ଯୋଜନାଟି ଦେବଗଡ ସହର ଠାରୁ ୨୮ କିଲୋମିଟର ଦୂରରେ ରିଆମାଳ ବ୍ଲକରେ ଅବସ୍ଥିତ । ଏହା ୧୯୮୧ ମସିହାରେ ନିର୍ମିତ ହୋଇଥିଲା । ଜଳ ସମ୍ପଦ ପ୍ରକଳ୍ପ ତଥା ପର୍ଯ୍ୟଟନ କ୍ଷେତ୍ର ଯୋଗୁଁ ଦେବଗଡ ଜିଲ୍ଲାର ଏହା ଏକ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ କହିଲେ ଅତ୍ଯୁକ୍ତି ହେବନାହିଁ । ଜିଲ୍ଲାରେ ପ୍ରବାହିତ ଗୋହିରା ନଦୀରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପର ଜଳଗ୍ରହଣ କ୍ଷେତ୍ରଫଳ ପ୍ରାୟ ୩୩୬ ବର୍ଗ କିଲୋମିଟର ଏବଂ ଏହାଦ୍ବାରା ୮୦୦୦ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥାଏ । ଏହି ସ୍ଥାନ ନିକଟରେ ୧୯୮୦ ମସିହାରେ ଏଠାକାର ଗ୍ରାମବାସୀ ମାନଙ୍କ ଦ୍ଵାରା ନିର୍ମିତ ହୋଇଛି ଗୋଟିଏ ଭବ୍ୟ ଶିବମନ୍ଦିର ।

ଫଟୋ ଗାଲେରୀ

  • ଗୋହିରା ନଦୀବନ୍ଧଯୋଜନା

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର - ଭୁବନେଶ୍ବର - ୨୯୦ କି. ମି.

ରେଳଗାଡ଼ିରେ

ନିକଟତମ ରେଳବାଇ ଷ୍ଟେସନ - ରେଢାଖୋଲ - ୫୦ କି. ମି.

ସଡ଼କ ପଥରେ

ଦେବଗଡ ସହର ଠାରୁ ୨୮ କିଲୋମିଟର ।