ବନ୍ଦ କରନ୍ତୁ

ପ୍ରଧାନପାଟ୍

ନିର୍ଦ୍ଦେଶ

ପ୍ରଧାନପାଟ ଜଳପ୍ରପାତ

ନବ ନିର୍ମିତ ଦେବଗଡ ଜିଲ୍ଲାର ଉତ୍ତର ଦିଗରେ ପ୍ରାଚୀର ସଦୃଶ୍ୟ ପ୍ରଧାନପାଟ ଜଳପ୍ରପାତ ଅବସ୍ଥିତ । କୈଦନ୍ତା ପର୍ବତ ମାଳର ସପ୍ତକୁଣ୍ଡ ମଧ୍ୟ ଦେଇ ପାଞ୍ଚ କିଲୋମିଟର ପାର୍ବତ୍ଯ ପଥ ଅତିକ୍ରମ କରି ଏହା ପ୍ରବାହିତ ହେଊଅଛି। ଏହାର ଗତି ପଥରେ ମା-ଝିଅ କୁଣ୍ଡ ଓ କବାଟ ଦ୍ଵାର ଦେଇ ଏହା ଲମ୍ପ ପ୍ରଦାନ କରି ପ୍ରପାତ ସୃଷ୍ଟି କରିଛି । ନିଦାଘ ଗ୍ରୀଷ୍ମ କାଳରେ ପ୍ରଧାନପାଟ ଜଳପ୍ରପାତ ନିକଟରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ପ୍ରପାତ ନିକଟସ୍ଥ ବସନ୍ତ ନିବାସରେ ଅନ୍ୟ ଋତୁରେ ବସନ୍ତର ଅନୁଭୂତି ଆସିଥାଏ । ଏହି ପ୍ରାକୃତିକ ଶୋଭା ବିମଣ୍ଡିତ ସ୍ଥାନରେ ଅଧିଷ୍ଠିତା ଦେବଗଡର ଅଧିଷ୍ଠାତ୍ରୀ ଦେବୀ ପ୍ରଧାନ ପାଟେଶ୍ଵରୀ ।

ପ୍ରଧାନପାଟ ର ନୈସର୍ଗିକ ସୌନ୍ଦର୍ଯ୍ୟ କବି, କୋବିଦ, ଦର୍ଶକ ତଥା ଭାବୁକମାନଙ୍କୁ କରିଥାଏ ଆତ୍ମବିଭୋର । କବି ପଦ୍ୟାଳଙ୍କାର ପଣ୍ଡିତ ଶ୍ରୀ ଦାମୋଦର ମିଶ୍ରଙ୍କ ଭାଷାରେ

” ତୁ ଅଟୁ ବାମଣ୍ଡା ସୁଷମା ଭଣ୍ଡାର,
ବିଶାଳ ଉତ୍କଳ ଶାନ୍ତି ଲୀଳାଗାର
ଯେ ଦେଖିଛି ଥରେ ତୋ ରୁକ୍ଷ ମୋହନ,
ପ୍ରାଣ ଥିଲେ ସେ କି ହେବ ବିସ୍ମରଣ । “

ଦେବଗଡ ସହରରୁ ପ୍ରଧାନ ପାଟ ଯିବାରାସ୍ତାର ବାମ ପାର୍ଶ୍ଵରେ ଅଧିଷ୍ଠିତ ଅଛନ୍ତି ଗିରି ଗୋବର୍ଦ୍ଧନ । ତଦୀୟ ମନ୍ଦିର ନିର୍ମାଣ କରିଥିଲେ ରାଜା ବ୍ରଜସୁନ୍ଦର ଦେବ (୧୮୩୧-୧୮୬୮) । ଏହି ମନ୍ଦିରର ଅନତି ଦୂରରେ ଅବସ୍ଥିତ ଓ ପୂଜିତ ଚମ୍ପକେଶ୍ଵର ମହାଦେବ । ପ୍ରଧାନପାଟର ଅନ୍ଯତମ ଆକର୍ଷଣ ହେଲା ବସନ୍ତ ନିବାସ ଓ ଲଲିତବସନ୍ତ ନିବାସ । ଏହି ଶୈଳନିବାସ ଦ୍ୱୟ ନିର୍ମାଣ କରିଥିଲେ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ (୧୯୦୩-୧୯୦୬)।

ଫଟୋ ଗାଲେରୀ

  • ପ୍ରଧାନପାଟ ଜଳପ୍ରପାତ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର - ଭୁବନେଶ୍ବର - ୨୭୦ କି. ମି.

ରେଳଗାଡ଼ିରେ

ନିକଟତମ ରେଳବାଇ ଷ୍ଟେସନ - ରେଢାଖୋଲ - ୯୦ କି. ମି.

ସଡ଼କ ପଥରେ

ଦେବଗଡ ସହର ଠାରୁ ୧ କି. ମି.